ବିଶେଷଣ :
-
ବାକ୍ୟରେ ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ ଓ ସଂଖ୍ୟାକୁ
ନିର୍ଦ୍ଦିଷ୍ଟ ଭାବେ ବିଶେଷିତ କରେ ବା ପ୍ରକାଶ କରେ, ତାହାକୁ ‘ବିଶେଷଣ’
ପଦ କୁହାଯାଏ।
-
ପ୍ରକାରଭେଦ :
o ଗୁଣବାଚକ ବିଶେଷଣ
:
§ ବାକ୍ୟରେ ଯେଉଁ
ପଦ ବିଶେଷ୍ୟ ପଦର ଗୁଣକୁ [ଧର୍ମ-ସ୍ଵଭାବ-ପ୍ରକୃତି ଆଦିକୁ] ବିଶେଷିତ କରିଥାଏ ତାହାକୁ ଗୁଣବାଚକ ବିଶେଷଣ କୁହାଯାଏ।
§ ଉଦାହରଣ:
·
ନାଟୁଆ ଲୋକ
·
ଖଟା ଫଳ
·
ନରମ କଥା
·
ଭଲ ପିଲା
·
ହାଲୁକା କାଠ
o ଅବସ୍ଥାବାଚକ
ବିଶେଷଣ
§ ବାକ୍ୟରେ ଯେଉଁ
ବିଶେଷଣ ପଦ ବିଶେଷ୍ୟ ପଦର ନିର୍ଦ୍ଦିଷ୍ଟ ଅବସ୍ଥାକୁ ସୂଚିତ ବା ବିଶେଷିତ କରିଥାଏ, ତାହାକୁ ‘ଅବସ୍ଥାବାଚକ
ବିଶେଷଣ’ କୁହାଯାଏ।
§ ଉଦାହରଣ:
·
ଫଟା ମାଠିଆ
·
ଚିରା ଗାମୁଛା
·
ପାଣିଆ ଖିରି
·
ସବଳା ନାରୀ
·
ଭେଣ୍ଡା ପୁଅ
o ସଂଖ୍ୟାବାଚକ
ବିଶେଷଣ
§ ଯେଉଁ ବିଶେଷଣ
ପଦ ବିଶେଷ୍ୟ ପଦର ନିର୍ଦ୍ଦିଷ୍ଟ କ୍ରମାନ୍ୱୟ ବା କ୍ରମ ସୂଚକ ସଂଖ୍ୟାକୁ ବିଶେଷିତ କରେ ବା ପ୍ରକାଶ
କରେ, ତାହାକୁ ‘ସଂଖ୍ୟା ବାଚକ ବିଶେଷଣ’ କୁହାଯାଏ।
§ ଉଦାହରଣ:
·
ଛଅ ଋତୁ
·
ଶହେ ରନ୍
·
ସାତ ସମୁଦ୍ର
·
ଅଠର କବାଟ
·
ଉଣେଇଶ ଶହ ସତଚାଳିଶି ମସିହା ଅଗଷ୍ଟ ପନ୍ଦର ତାରିଖ
o ପୁରଣବଚକ ବିଶେଷଣ
§ କୌଣସି ସଂଖ୍ୟାବାଚକ
ବିଶେଷଣ ପଦ କ୍ରମାନ୍ଵୟରେ ସବୁ ସଂଖ୍ୟା ବା ସମଷ୍ଟିକୁ ନ ବୁଝାଇ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବୁଝାଇଲେ
ତାହାକୁ ପୂରଣବାଚକ ବିଶେଷଣ କୁହାଯାଏ।
§ ଉଦାହରଣ:
·
ତୃତୀୟ ପାଣ୍ଡବ
·
ପ୍ରଥମ ଶ୍ରାଦ୍ଧବାର୍ଷିକ
·
ଚତୁର୍ଥ ସ୍ତମ୍ଭ
·
ବିଂଶ ଶତାବ୍ଦୀ
·
ଅଷ୍ଟମ ଶ୍ରେଣୀ
o ପରିମାଣବାଚକ
ବିଶେଷଣ
§ ବାକ୍ୟରେ ଯେଉଁ
ବିଶେଷଣ ପଦ ବିଶେଷ୍ୟ ପଦର ପରିମାଣକୁ ବୁଝାଏ, ତାହାକୁ ପରିମାଣବାଚକ ବିଶେଷଣ କୁହାଯାଏ।
§ ଉଦାହରଣ:
·
କପେ ଚା
·
ହାଣ୍ଡିଏ ଉଖୁଡ଼ା
·
କାନ୍ଦିଏ କଦଳୀ
·
ଖଣ୍ଡେ ଗାମୁଛା
·
ଚାରିକିଲିଆ ମାଛ
o ତୁଳନାତ୍ମକ
ବିଶେଷଣ
§ ଦୁଇ ବା ତହିଁରୁ
ଅଧିକ ବିଶେଷ୍ୟ ମଧ୍ୟରେ ତୁଳନା ନିମନ୍ତେ ଯେଉଁ ବିଶେଷଣ ପଦ ବ୍ୟବହୃତ ହୁଏ, ତାହାକୁ ତୁଳନାତ୍ମକ ବିଶେଷଣ
କୁହାଯାଏ।
§ ଉଦାହରଣ:
·
ପ୍ରାଚୀନତମ
·
ଦୀର୍ଘତର
·
ଗରୀୟାନ
·
ବରିଷ୍ଠ
·
ଗଭୀରତର
-
Comments
Post a Comment
Let QNA know what you feel ...